ବେଦ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର

ବେଦ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ଉତ୍ସବମୁଖର ଶ୍ରୀକ୍ଷେତ୍ର । ତ୍ରିଦିନାତ୍ମକ ହୋମଯଜ୍ଞ ଚାଲିଥିବା ବେଳେ ଆଜି ମହାଯଜ୍ଞର ଦ୍ୱିତୀୟ ଦିନ । ଶ୍ରୀମନ୍ଦିର ଚାରିଦ୍ୱାରରେ ଚାଲିଛି ବେଦପାଠ । ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ହେଉଛି ଚତୁର୍ଦିଗ । ସିହଂଦ୍ୱାରରେ ରୁଗ୍, ପଶ୍ଚିମରେ ସାମ୍, ଉତ୍ତରରେ ଯଦୁ ଓ ଦକ୍ଷିଣ ଦ୍ୱାର ଅଥର୍ବ ବେଦର ଧ୍ୱନିରେ ଗୁଂଜରିତ ହେଉଛି । ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର‌୍ୟ୍ୟ ଆରମ୍ଭ ହୋଇଥଲା । ଗଜପତି ମହାରାଜାଙ୍କ ଦ୍ୱାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣମାନେ ଘୃତାହୂତୀ ଦେଉଛନ୍ତି । ଆସନ୍ତାକାଲି ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୂତି ଦେବେ ।


ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ଶ୍ରୀଜଗନ୍ନାଥ ପରିକ୍ରମା ମାର୍ଗ ଭକ୍ତଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ । ବାହରୁ ଆସୁଥିବା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଡିଜିପି କହିଛନ୍ତି- ଲୋକର୍ପଣ ଉତ୍ସବ ପାଇଁ ସିକ୍ୟୁରିଟି ବ୍ଲାଙ୍କେଟ୍ ରେ ରହିବ ସାରା ପୁରୀ ସହର।

author

Related Articles

Leave a Reply

Your email address will not be published. Required fields are marked *