ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ହ୍ୱାଟ୍ସଆପରେ ଆସିବ ମେସେଜ୍‌; ଜାରି ହେଲା ଏସଓପି

ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ହ୍ୱାଟ୍ସଆପରେ ଆସିବ ମେସେଜ୍‌; ଜାରି ହେଲା ଏସଓପି

ଏଣିକି ବିମାନ ଉଡାଣରେ ବିଳମ୍ବ ହେଲେ ହ୍ୱାଟସଆପ ମାଧ୍ୟମରେ ଜଣାଇବେ ଏୟାରଲାଇନ୍ସ । ଇଣ୍ଡିଗୋ ବିମାନ ଘଟଣା ପରେ ଡିଜିସିଏ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଛି । ଯାତ୍ରୀଙ୍କ ସୁବିଧା ଏବଂ ଉତ୍ତମ ଯୋଗାଯାଗ ପାଇଁ ଏଭଳି ଏସଓପି ଜାରି କରାଯାଇଛି । ବିମାନ ଉଡାଣରେ ବିଳମ୍ବ ହେବାକୁ ଥିଲେ ତୁରନ୍ତ ଲୋକଙ୍କ ଅସୁବିଧା ନେଇ ସୂଚନା ଦେବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି । ବିମାନ ବିଳମ୍ବ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଯାତ୍ରୀଙ୍କୁ ଏସଏମଏସ କିମ୍ବା ଇମେଲ ଦ୍ୱାରା ଆଗୁଆ ସୂଚନା ଦିଆଯିବ । ବିମାନ ଉଡାଣରେ ବିଳମ୍ବ ହେଉଥିଲେ ବନ୍ଦରରେ ଅପେକ୍ଷାରତ ଯାତ୍ରୀଙ୍କୁ ଏୟାରଲାଇନ୍ସର କର୍ମଚାରୀମାନେ କାହିଁକି ବିଳମ୍ବ ହେଉଛି ବୁଝାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଘନ କୁହୁଡି କିମ୍ବା ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ନେଇ ଅଧିକ ବିଳମ୍ବ ଆଶଙ୍କା ଥିଲେ ସମୃକ୍ତ କମ୍ପାନୀ ଉଡାଣକୁ ରଦ୍ଦ କରିପାରିବେ, କିନ୍ତୁ ଏଥିପାଇଁ ସମୟ ପୂର୍ବରୁ ପଦକ୍ଷେପ ଗ୍ରହଣ କରିବାକୁ ଜାରି ହୋଇଥିବା ଏସଓପିରେ ନିର୍ଦ୍ଦେଶ ଦେଇଛି ଡିଜିସିଏ । ବିମାନ ସେବା ବିଳମ୍ବିତ ହେବା କାରଣରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *