ପୁଣି କଂଗ୍ରେସର ହାତ ଧରିଲେ ଗମାଙ୍ଗ ପରିବାର

ପୁଣି କଂଗ୍ରେସର ହାତ ଧରିଲେ ଗମାଙ୍ଗ ପରିବାର

ପୁଣି କଂଗ୍ରେସର ହାତ ଧରିଲେ ଗମାଙ୍ଗ ପରିବାର। ଇଓଉଉ ତରଫରୁ ସବୁଜ ସଙ୍କେତ ମିଳିବା ସହ ପିସିସି ସଭାପତିଙ୍କ ସହ ପୂର୍ବରୁ ଆଲୋଚନା ସରିଥିଲା । ଏବେ ବିଦ୍ଧିବଦ୍ଧ ଭାବେ ସେ ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି । ଗିରିଧର ଗମାଙ୍ଗ, ହେମା ଗମାଙ୍ଗ ଓ ଶିଶିର ଗମାଙ୍ଗ ତଥା ସମ୍ପୂର୍ଣ୍ଣ ଗମାଙ୍ଗ ପରିବାର ଏବେ କଂଗ୍ରେସକୁ ଫେରିଛନ୍ତି । ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ।

ପୂର୍ବତନ ସାଂସଦ ସଂଜୟ ଭୋଇ ବି କଂଗ୍ରେସକୁ ଫେରିଛନ୍ତି ।ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳକୁ ଫେରିବାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଖାଲି ସେତିକି ନୁହେଁ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ।

author

Related Articles

Leave a Reply

Your email address will not be published. Required fields are marked *