ପୁଣି କଂଗ୍ରେସର ହାତ ଧରିଲେ ଗମାଙ୍ଗ ପରିବାର

ପୁଣି କଂଗ୍ରେସର ହାତ ଧରିଲେ ଗମାଙ୍ଗ ପରିବାର

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗିରିଧର ଗମାଙ୍ଗ ପୁଣି ଥରେ କଂଗ୍ରେସର ହାତ ଧରିଛନ୍ତି । ୨୪ ନିର୍ବାଚନ ପୂର୍ବରୁ କଂଗ୍ରେସର ଅସଜଡା ଘରକୁ ସଜାଡିବା ପାଇଁ କିଛି ନେତାଙ୍କୁ ଘର ବାହୁଡିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁ ଥିରେ ଗମାଙ୍ଗ ପରିବାର ଶୀର୍ଷ ସ୍ଥାନରେ ରହିଥିଲେ । ଏଆଇସିସି ତରଫରୁ ସବୁଜ ସଙ୍କେତ ମିଳିବା ପରେ ଏବେ ବିଧିବଦ୍ଧ ଭାବେ ସେ ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି । ୯ ଥରର ଲୋକସଭା ସାଂସଦ ହୋଇଥିବା ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସହ ପୁରୁଣା ପାର୍ଟୀକୁ ଫେରିଯାଇଛନ୍ତି । ପ୍ରଥମେ କଂଗ୍ରେସ, ପରେ ବିଜେପି, ବିଆରଏସ ଏବେ ପୁଣି କଂଗ୍ରେସ । ଗମାଙ୍ଗ ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ । ତାପରେ ବିଜେପି ଛାଡି ବିଆରଏସରେ ମିଶିଥିଲେ । ଏବେ ପୁଣି ବୁଲି ବୁଲି ଗମାଙ୍ଗ ପରିବାର କଂଗ୍ରେସ ଅଗଣାରେ । ଶିକ୍ଷକ ଚାକିରୀ ଛାଡି ରାଜନୀତିକୁ ଆସିଥିବା ଗିରିଧର ଗମାଙ୍ଗ ୧୯୭୨ ମସିହା ଉପନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ସାଂସଦ ହୋଇଥିଲେ । ୧୯୯୯ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ପରେ ତାଙ୍କର ଦଳ ପରିବର୍ତ୍ତନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ତେବେ ୪୪ ବର୍ଷ ଧରି କଂଗ୍ରେସରେ ଥିବା ବେଳେ ଦଳ ତାଙ୍କୁ ଅନେକ ଥର ସୁଯୋଗ ଦେଇଥିଲା । ଆଉ ଏବେ ପୁଣି ଥରେ ଦଳକୁ ଫେରିଥିବାରୁ ଦଳ ଆହୁରି ମଜବୁତ ହୋଇଛି ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗମାଙ୍ଗ ପରିବାର କଂଗ୍ରେସକୁ ଫେରିବା ପରେ କୋରାପୁଟ କଂଗ୍ରେସ ଶିବିରରେ ହଲଚଲ ସୃଷ୍ଟି ହୋଇଛି । ବିଶେଷ କରି ଟିକେଟ୍ ପାଇଁ ଆଶାୟୀ ଥିବା ନେତାଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି । ଯାହାର ପ୍ରଭାବ ୨୪ ନିର୍ବାଚନରେ ପଡିପାରେ ବୋଲି ଆଭାସ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *