ଆଜି ପବିତ୍ର ଶାମ୍ବ ଦଶମୀ । ଘରେ ଘରେ ପ୍ରତ୍ୟେକ ହିନ୍ଦୁଙ୍କ ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କ ପୂଜା ଅନୁଷ୍ଠିତ ହେଉଛି । ସକାଳୁ ସକାଳୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ସମୁଦ୍ରରେ ବୁଡ ପକାଇବା ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି । ଏହି ପବିତ୍ର ଦିନରେ ହିନ୍ଦୁଧର୍ମାଲମ୍ବୀ ମହିଳା ମାନେ ନିଜ ପରିବାରକୁ ରୋଗ ମୁକ୍ତ କରିବା ପାଇ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥାନ୍ତି । ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ କରି ସୂର୍ୟ୍ୟଦେବତାଙ୍କ ପୂଜାର୍ଚ୍ଚନା କରିଥାନ୍ତି।
ଏହି ପବିତ୍ର ଦିନରେକୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ପାଞ୍ଚଦିନନ ବ୍ୟାପୀ ସୌର ମାହାଯଜ୍ଞ ଅନୁଷ୍ଠିତ ହେବା ସହ ଚଳିତ ବର୍ଷ ସୂର୍ଯ୍ୟ ଭଗବାନଙ୍କ ଧାତବ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି ।