ଇତିହାସ ରଚିଲା ଜାପାନ

ଇତିହାସ ରଚିଲା ଜାପାନ

ପଞ୍ଚମ ଦେଶ ଭାବେ ଜହ୍ନରେ ଅବତରଣ କଲା ଜାପାନ । ଜାପାନର ମୁନ୍-ସ୍ନାଇପର ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ୫ମ ଦେଶ ସଫଳ ଅବତରଣ କରିଛି । ଏହାପୂର୍ବରୁ ଆମେରିକା, ଋଷ, ଚୀନ୍ ଏବଂ ଭାରତ ଜହ୍ନରେ ଅବତରଣ କରିସାରିଛନ୍ତି । ପ୍ରଥମ ଥର ଅବତରଣ କରିବାରେ ସଫଳ ହୋଇଛି ଜାପାନ । । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର କୁହାଯାଉଛି ।ଏହି ମହାକାଶଯାନରେ କୌଣସି ମହାକାଶଚାରୀ ନଥିଲେ । ୦୬ ସେପ୍େଟମ୍ବର ୨୦୨୩ରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଲଂଚ ହୋଇଥିଲା । ଡିସେମ୍ବର ୨୫ରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଜାପାନ ମଧ୍ୟ ଗତବର୍ଷ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର ପଠାଇଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା ।ଗତବର୍ଷ ଭାରତ ଚନ୍ଦ୍ରରେ ପହଞ୍ଚି ଇତିହାସ ରଚିଥିଲା । ଚନ୍ଦ୍ରରେ ପହଞ୍ଚିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *