ଦିଦିଙ୍କୁ ନେଇ ଚିନ୍ତାରେ ଇଣ୍ଡିଆ ମେଣ୍ଟ !

ଦିଦିଙ୍କୁ ନେଇ ଚିନ୍ତାରେ ଇଣ୍ଡିଆ ମେଣ୍ଟ !

ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଏକ ଶକ୍ତ ଧକ୍କା ଲାଗିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ନିଷ୍ପତ୍ତି କଂଗ୍ରେସକୁ ଏହି ଝଟକା ଦେଇଛି । ବିରୋଧୀଙ୍କ ମେଣ୍ଟରେ ଏବେବି ସିଟ୍ କୁ ନେଇ ଦ୍ୱନ୍ଦ୍ୱ ଲାଗିରହିଥିବା ବେଳେ ଆସନକୁ ନେଇ ଦିଦିଙ୍କ ବୟାନ କଂଗ୍ରେସର ଟେନସନ୍ କୁ ଆହୁରି ବଢାଇଦେଇଛି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବା ଟିଏମସି ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ରାଜ୍ୟର ସମସ୍ତ ୪୨ ଟି ଯାକ ଆସନରେ ଟିଏମସି ଏକା ଲଢିବ ବୋଲି କହିଛି । ଏପରିକି ବରହମପୁର ଆସନରୁ ସାଂସଦ ଥିବା କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଞ୍ଜନ ଚୌଧୁରୀଙ୍କ ଆସନରେ ମଧ୍ୟ ଟିଏମସି ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ନେଇଛି । ମୁର୍ଶିଦାବାଦ ଜିଲ୍ଲାର ଦଳୀୟ ନେତୃବୃନ୍ଦଙ୍କ ସହିତ ଟିଏମସିର ଶୀର୍ଷ ନେତାମାନେ ଆଲୋଚନା କରିବା ସମୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏପରିକି କଂଗ୍ରେସର ଗଡ କୁହାଯାଉଥିବା ବରହମପୁର ଆସନରୁ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ୧୯୯୯ ମସିହାରୁ ଜିତି ଆସୁଛନ୍ତି । ହେଲେ ୨୪ ନିର୍ବାଚନ ପାଇଁ କଂଗ୍ରେସ ଅଧିକ ଆସନ ମାଗୁଥିବା ବେଳେ ଟିଏମସିର ଏହି ନିଷ୍ପତ୍ତି କଂଗ୍ରେସକୁ ଏକ ବଡ ଝଟକା ଦେଇଛି । ପ୍ରାଥମିକ ପର୍ଯ୍ୟାୟରେ ଟିଏମସି କଂଗ୍ରେସକୁ ୨ ଟି ଆସନ ଛାଡିବ ବୋଲି କହିଥିଲା । ହେଲେ ଏବେ ସମସ୍ତ ଆସନରେ ଲଢିବାକୁ ନିଷ୍ପତ୍ତି ନେଇଛି ଟିଏମସି । ତେବେ ମମତାଙ୍କ ଏହି ନିଷ୍ପତ୍ତି କଣ ଇଣ୍ଡିଆ ମେଣ୍ଟରେ ପୁଣି ଥରେ ଫାଟ ସୃଷ୍ଟି କରିବ ନା ଏ ପ୍ରସଙ୍ଗରେ ବିରୋଧୀଙ୍କ ପକ୍ଷରୁ ଆଉ ଏକ ବୈଠକ ବସିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି।

author

Related Articles

Leave a Reply

Your email address will not be published. Required fields are marked *