ବିନା ପ୍ରେସକ୍ରିପସନରେ ମିଳିବନି ଆଣ୍ଟିବାୟୋଟିକ୍ ମେଡିସିନ !

ବିନା ପ୍ରେସକ୍ରିପସନରେ ମିଳିବନି ଆଣ୍ଟିବାୟୋଟିକ୍ ମେଡିସିନ !

ଏଣିକି ବିନା ପ୍ରେସକ୍ରିପସନରେ ମିଳିବନି ଆଣ୍ଟିବାୟୋଟିକ ମେଡିସିନ । ଯଦି କୌଣସି ମେଡିସିନ ଦୋକାନୀ ବିନା ପ୍ରେସକ୍ରିପସନରେ ଆଣ୍ଟି ବାୟୋଟିକ୍ସ ବିକ୍ରି କରନ୍ତି ଏବଂ ବିକ୍ରି କରିବା ବେଳେ ଧରାପଡନ୍ତି ତେବେ ସେ ମେଡିସିନ ଦୋକାନର ଲାଇସେନ୍ସ ରଦ୍ଧ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଏପରିକି ଡାକ୍ତରମାନେ ମଧ୍ୟ ପ୍ରେସକ୍ରିପସନରେ କାହିଁକି ଆଣ୍ଟିବାୟୋଟିକ୍ସ ଲେଖୁଛନ୍ତି ତାର କାରଣ ଏବଂ ଯଥାର୍ଥତା ଉଲ୍ଲେଖ କରିବେ । ସମସ୍ତ ଡାକ୍ତରଖାନାରେ ଏହି ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିସହ ଦେଶର ସମସ୍ତ ଫାର୍ମାଶିଷ୍ଟଙ୍କୁ ଔଷଧ ଏବଂ କସମେଟିକ୍ସ ନିୟମର ଅନୁସୂଚୀ ଏଚ୍ ଏବଂ ଏଚ୍ ୧ କୁ କଡାକଡି ଭାବେ ପାଳନ କରିବାକୁ ଏବଂ ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ସ ବିକ୍ରି ବନ୍ଦ କରିବାକୁ କୁହାଯାଇଛି । ତେବେ ମେଡିସିନର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *