ଖୁବଶୀଘ୍ର ପରଦାକୁ ଆସୁଛନ୍ତି ମଞ୍ଜୁଲିକା

ଖୁବଶୀଘ୍ର ପରଦାକୁ ଆସୁଛନ୍ତି ମଞ୍ଜୁଲିକା

ଖୁବଶୀଘ୍ର ପରଦାକୁ ଆସୁଛି କମେଡି ୱିଥ ହରର ଫିଲ୍ମ ଭୁଲ ଭୁଲେୟା ପାର୍ଟ ଟୁ ର ଅପକମିଙ୍ଗ ସିକ୍ୱେଲ । ୨୦୨୨ ରେ ରିଲିଜ ହୋଇଥିବା କାର୍ତ୍ତିକ ଆର‌୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଭୁଲ ଭୁଲେୟା ୨ ବଡ ପରଦା ସହ ଓଟିଟି ପ୍ଲାର୍ଟଫର୍ମରେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲା । ଏବେ ଏହାର ଆଗାମୀ ସିକ୍ୱେଲ ମଧ୍ୟ ଖୁବଶୀଘ୍ର ଆସିବାକୁ ଯାଉଛି । ଆସନ୍ତା ମାର୍ଚ୍ଚରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି । ଫିଲ୍ମ ନିର୍ଦ୍ଦେଶକ ଅନିସ୍ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଧିକ ଉତ୍ସାହ ଦେଖିବାକୁ ମିଳିବ ବୋଲି ସୂଚନା ମିଳୁଛି । ଏଥିରେ ଅନେକ ଟୁଇଷ୍ଟ ମଧ୍ୟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଟୁଇଷ୍ଟ ମଧ୍ୟରୁ ଗୋଟିଏ ହେଉଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ଭୁଲ ଭୁଲେୟା ପାର୍ଟ ୱାନ ପରେ ଏବେ ବିଦ୍ୟା ଭୁଲ ଭୁଲେୟା ପାର୍ଟ ଥ୍ରୀ ର ଏକ ଅଂଶ ହେବାକୁ ଯାଉଛନ୍ତି । ସେ ମଞ୍ଜୁଲିକା ଭାବରେ ଫ୍ରାଞ୍ଚାଇଜକୁ ଫେରୁଥିବା ଏକ ପ୍ରକାର ନିଶ୍ଚିତ ହୋଇଛି । ତେବେ ଏହି ଫିଲ୍ମରେ କାର୍ତ୍ତିକ ଆର‌୍ୟନ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ଏଥିରେ ଫିଲ୍ମର ହିରୋଇନଙ୍କ ନାଁ ଏଯାଏଁ ସ୍ପଷ୍ଟ ହୋଇନି । ଏହି ଫିଲ୍ମଟି ଚଳିତବର୍ଷ ଦୀପାବଳୀରେ ରିଲିଜ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଯାଏଁ ତାରିଖ ସ୍ଥିର କରାଯାଇନାହିଁ ।

author

Related Articles

Leave a Reply

Your email address will not be published. Required fields are marked *