୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ

୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ

ଆସନ୍ତା ୨୯ ତାରିଖରେ ଓଡିଶା ଗସ୍ତରେ ଆସିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଜାତୀୟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ତାରିଖ ଏବଂ ସ୍ଥାନ ମଧ୍ୟ ସ୍ଥିର ହୋଇ ସାରିଛି । ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି । ଏହି କାଯ୍ୟକ୍ରମରେ ଆଗାମୀ ନିବାଚନ ପାଇଁ ରଣନୀତ ତ୍ପ୍‌ସ୍ତୁତ କରିବା ସହିତ କଂଗ୍ରେସର ଜିଲ୍ଲା ସଭାପତି, ବ୍ଲକ ସଭାପତି ଏବଂ ବିଭିନ୍ନ ଛାମୁଆ ସଂଗଠନର ସଦସ୍ୟଙ୍କ ସହ ବୈଠକ କରିବେ ଖଡଗେ । ଏହା ସହ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ । ଅ।।ଗମୀ ନିବାଚନରେ ବିଜେପି ଓ ବିଜେଡିକୁ କେମିତି ରୋକାଯାଇପାରିବ , କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଦଳ ଯିବ ସେନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ ଖଡଗେ । ସେପଟେ ଖଡଗେ ଆସିବା ପୂର୍ବରୁ ଓଡିଶା ଆସୁଛନ୍ତି ପ୍ରଭାରୀ ଅଜୟ କୁମାର । ପ୍ରାୟ ଗୋଟିଏ ସପ୍ତାହ ଧରି ସେ ଓଡିଶାରେ ରହିବେ ।

author

Related Articles

Leave a Reply

Your email address will not be published. Required fields are marked *