SHG ମହିଳାଙ୍କ ଉପରେ ବିଜେପିର ନିର୍ବାଚନୀ ଆଖି !

SHG ମହିଳାଙ୍କ ଉପରେ ବିଜେପିର ନିର୍ବାଚନୀ ଆଖି !

ପାଖଉଛି ସାଧାରଣ ନିର୍ବାଚନ । ନିବାଚନୀ ବର୍ଷରେ ଭୋଟ ହାତେଇବା ପାଇଁ ସମସ୍ତ ଦଳ ଆପଣାଉଛନ୍ତି ଭିନ୍ନ ଭିନ୍ନ ରଣନୀତି । କିଏ କଲେଜ ଷ୍ଟୁଡେଣ୍ଟମାନଙ୍କୁ ନିଜ ଫୋକସରେ ରଖୁଛି ତ ଆଉ କିଏ ଲୋକଙ୍କୁ ଏକାଠି ବାନ୍ଧି ରଖିବାକୁ ଯାତ୍ରା କରୁଛି । ଏହାରି ମଧ୍ୟରେ ବିଜେଡିର ମହିଳା ଭୋଟବ୍ୟାଙ୍କ ଭାଙ୍ଗିବାକୁ ବିଜେପି ଆଉ ଏକ ମାଷ୍ଟର ପ୍ଲାନ କରିଛି । ଏଥିପାଇଁ ବିଜେପି ପ୍ରସ୍ତୁତ କରିଛି ଶକ୍ତିସାଥୀ । ମିଶନ ଶକ୍ତି ବା ଏସଏଚଜି ମହିଳାଙ୍କୁ ନିଜ ସପକ୍ଷରେ ନେବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ଶକ୍ତିସାଥୀ ମାନଙ୍କୁ ନେଇ ଆୟୋଜିତ କରିିଛି ଶକ୍ତି ବନ୍ଦନ କର୍ମଶାଳା । ଯେଉଁଥିରେ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ୱାଧୀ ନିରଞ୍ଜନା ଜ୍ୟୋତି ସମସ୍ତ ସାଥୀମାନଙ୍କୁ ଟ୍ରେନିଂ ଦେଇଛନ୍ତି । କେମିତି ମହିଳା ଭୋଟ୍ ବଢିବ ସେନେଇ ୭୦୦ରୁ ଅଧିକ ଶକ୍ତିସାଥୀଙ୍କୁ ମନ୍ତ୍ର ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ । ଏସଏଚଜି ରାଜ୍ୟର ନୁହେଁ କେନ୍ଦ୍ରର । ଏବଂ କେନ୍ଦ୍ର ସରକାର ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ସେଥିରେ ରାଜ୍ୟ ସରକାର ତାଙ୍କ ମୋହର ଲଗାଉଥିବା କହି ଅଭିଯୋଗ କରିଛି ବିଜେପି । କିପରି ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ହାଇଜାକ କରି ନିଜ ନାଁ ଯୋଡି ପ୍ରଚାର ପ୍ରସାର କରୁଛନ୍ତି, ସେ ସମ୍ପର୍କରେ ଡୋର ଟୁ ଡୋର ଯାଇ ମହିଳାମାନଙ୍କୁ ଅବଗତ କରାଇବାକୁ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରିଛି । ସେପଟେ ବିଜେଡି ବି ଏହାର କଡା ଜବାବ ରଖିଛି । ଶକ୍ତି ବନ୍ଦନା କାର୍ଯ୍ୟକ୍ରମକୁ କଡା ସମାଲୋଚନା କରିବା ସହ ମହିଳାଙ୍କୁ ବିଜେପି ଭୋଟ ବ୍ୟାଙ୍କ କହୁଥିବା ଅତ୍ୟନ୍ତ ଦୁଖର କଥା ବୋଲି କହିଛି ବିଜେଡି । ଇଲେକ୍ସନ ଆସିଲା ବୋଲି ବିଜେପିର ମା ମାନଙ୍କ କଥା ମନେ ପଡୁଛି କହି କଟାକ୍ଷ କରିଛି ବିଜେଡି । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ସଶକ୍ତ କରିଛନ୍ତି । ମହିଳାଙ୍କୁ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି କହିଛି ବିଜେଡି । ତେବେ ପୂର୍ବରୁ ମଧ୍ୟ ବିଜେପି ରାଜ୍ୟ ସରକାରଙ୍କ ବିରୁଧରେ ଅନେକ ମୁଦ୍ଦାକୁ କେନ୍ଦ୍ର କରି ଲୋକଙ୍କ ପାଖକୁ ଯାଇଛି । ଆଉ ଏବେ ବିଜେଡିର ମୁଖ୍ୟ ସମର୍ଥନ ମହିଳା ଭୋଟରଙ୍କୁ ବିଜେପି ଆଡକୁ ଆକର୍ଷିତ କରିବା ପାଇଁ କସରତ ଆରମ୍ଭ କରିଛି । ଏବେ ଦେଖିବାକୁ ବାକି ରହିଲା ବିଜେପିର ଶକ୍ତିସାଥୀ ବିଜେଡିର ମହିଳା ଭୋଟବ୍ୟାଙ୍କକୁ କେତେ ପ୍ରଭାବିତ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *