ଜାନୁୟାରୀ 22ରେ ଖୋଲାରହିବ ଏମ୍ସ

ଜାନୁୟାରୀ 22ରେ ଖୋଲାରହିବ ଏମ୍ସ

ଆସନ୍ତାକାଲି ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହାକୁ ନେଇ ସାରା ଦେଶର ସରକାରୀ କାର୍ଯ୍ୟାଳୟଗୁଡିକ ଅଧାଦିନ ଛୁଟି ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ରାଜ୍ୟ ସରକାର ମଧ୍ୟ ଏହାକୁ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ସ୍ଥିତ ଏମ୍ସ ଅଧାଦିନ ବନ୍ଦ ରଖିବାକୁ ଅଧିକାରୀଙ୍କ ତରଫରୁ ଘୋଷଣା ହୋଇଥିଲା । ମାତ୍ର ଏହାକୁ ନେଇ ବିବାଦ ଦେଖାଦେବା ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ଏମ୍ସ କର୍ତ୍ତୁପକ୍ଷ । ଏନେଇ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି କି ଜାନୁଆରୀ ୨୨ ତାରିଖରେ ଏମ୍ସର ଓପିଡି ଖୋଲା ରହିବ ।
ଏହାସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ମଧ୍ୟ ଖୋଲା ରହିବ ।

author

Related Articles

Leave a Reply

Your email address will not be published. Required fields are marked *