ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା

ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା

ଆଜି ଭାରତବାସୀଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ । ମଙ୍ଗଳ ଧ୍ୱନିରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା । ବିଭିନ୍ନ ଆଭୂଷଣରେ ସଜେଇ ହେବେ ଅଯୋଧ୍ୟାର ରାଜକୁମାର । ତ୍ରେତୟା ଯୁଗରେ ଯେଉଁ ସ୍ଥାନରେ ପ୍ରଭୁ ଶ୍ରୀରାମଚନ୍ଦ୍ର କୌଶଲ୍ୟାଙ୍କ କୋଳମଣ୍ଡନ କରିଥିଲେ, ୫ ଶତାବ୍ଦୀ ପରେ ପୁଣି ସେହି ସ୍ଥାନରେ ପୂଜା ପାଇବେ ରାମଲାଲା। ଆଜି ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ଅର୍ଥାତ୍ ୩୦ ମିନିଟ୍ ରହିଛି ମାହେନ୍ଦ୍ର ବେଳା। ଆଉ ମାତ୍ର ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ। ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ।

ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନର ମୁଖ୍ୟ ଯଜମାନ ଦାୟିତ୍ୱ ତୁଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲକ୍ଷ୍ନୌରୁ ଆସିଥିବା ୫୬ ଭୋଗ ପ୍ରଭୁ ରାମଙ୍କ ନିକଟରେ ଲାଗି ହେବ। ଓଡ଼ିଶାର ମର୍ଦ୍ଦଳ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୫୦ ପ୍ରକାର ପାରଂପରିକ ବାଦ୍ୟ ଧ୍ୱନୀରେ ଗୁଞ୍ଜରିତ ହେବ ଅଯୋଧ୍ୟାନଗରୀ। ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଭିନ୍ନ ପରମ୍ପରାର ପ୍ରତିନିଧି ଓ ସାଧୁସନ୍ଥ ଯୋଗ ଦେବେ।

author

Related Articles

Leave a Reply

Your email address will not be published. Required fields are marked *