ୱାର୍ଲଡ୍ ରେକର୍ଡରେ ସୁଦର୍ଶନଙ୍କ ରାମ ମନ୍ଦିର ବାଲୁକା କଳା

ୱାର୍ଲଡ୍ ରେକର୍ଡରେ ସୁଦର୍ଶନଙ୍କ ରାମ ମନ୍ଦିର ବାଲୁକା କଳା

ବାଲିରେ ୫୦୦ ମନ୍ଦିରକୁ ନେଇ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ହାସଲ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟାରେ ବାଲୁକା କଳାରେ ନିର୍ମିତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆକର୍ଷଣୀୟ ପ୍ରତିକୃତୀ ଏବଂ ରାମ ମନ୍ଦିର ପାଇଁ ବିଶ୍ୱ ରେକର୍ଡ ଅର୍ଜନ କରିଛନ୍ତି ସୁଦର୍ଶନ। ୱାର୍ଲଡ୍ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି। ପ୍ରଭୁ ରାମଙ୍କ ପ୍ରତିକୃତୀର ଉଚ୍ଚତା ୨୩ ଫୁଟ, ଲମ୍ବ ୫୫ ଫୁଟ୍ ଏବଂ ଓସାର ୩୫ ଫୁଟ୍ ଥିଲା। ଏଭଳି ଭାବେ ସରଜୁ ଘାଟ ନିକଟ ରାମକଥା ପାର୍କରେ ୫ଶହଟି ଛୋଟ ଛୋଟ ରାମମନ୍ଦିରର ପ୍ରତିକୃତୀ ନିଜ ଟିମ୍ ସହ ନିର୍ମାଣ କରିଥିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ।

author

Related Articles

Leave a Reply

Your email address will not be published. Required fields are marked *