ନିଜ ଶରୀରରେ ରାମ ନାମ ଲେଖିଥାନ୍ତି ଏହି ସମ୍ପ୍ରଦାୟର ଲୋକେ

ନିଜ ଶରୀରରେ ରାମ ନାମ ଲେଖିଥାନ୍ତି ଏହି ସମ୍ପ୍ରଦାୟର ଲୋକେ

ଆଜି ସାରା ଦେଶ ରାମନାମ ଧ୍ୱନିରେ ପ୍ରକମ୍ପିତ ହେଉଛି । କେବଳ ଅଯୋଧ୍ୟା ନୁହେଁ ବିଦେଶରେ ମଧ୍ୟ ରାମ ଭକ୍ତିରେ ଭିଜୁଛନ୍ତି ଲୋକେ । ଯାହାର ଅନେକ ଦୃଶ୍ୟ ଦେଖିବାକୁ ମିଳୁଛି । ପ୍ରାଣପ୍ରିୟ ଶ୍ରୀରାମଙ୍କ ପ୍ରତି ନିଜର ଭକ୍ତି ପ୍ରଦର୍ଶନ କରିବାକୁ ଲୋକେ ଭିନ୍ନ ଭିନ୍ନ ମାଧ୍ୟମ ଅବଲମ୍ବନ କରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି ଏକ ସମାଜ ରହିଛି ଯେଉଁଠି ଲୋକେ ନିଜ ଶରୀରକୁ ହିଁ ଶ୍ରୀରାମଙ୍କ ପବିତ୍ର ମନ୍ଦିର ବନାଇଛନ୍ତି । ନିଜର ମନ ସହ ଶରୀରକୁ ଶ୍ରୀରାମଙ୍କୁ ସମର୍ପଣ କରି ଆଜନ୍ମ ବଞ୍ଚନ୍ତି । ଏଭଳି ସମ୍ପଦାୟ ହେଉଛି ‘ରାମନାମୀ’ ସମ୍ପ୍ରଦାୟ, ଯାହା ମଧ୍ୟପ୍ରଦେଶ, ଛତିଶଗଡ ଓ ଝାରଖଣ୍ଡରେ ବସବାସ କରନ୍ତି । ଏହି ସମ୍ପ୍ରଦାୟର ଲୋକେ ନିଜର ପୁରା ଶରୀରରେ ଶ୍ରୀରାମ ନାମ କୁଟେଇଥାନ୍ତି । ରାମାବଳୀ ବସ୍ତ୍ର ମଧ୍ୟ ପିନ୍ଧନ୍ତି । ଏମାନେ କେବଳ ରାମଚରିତ ମାନସ ଓ ରାମାୟଣ ପୁରାଣକୁ ପୂଜା କରନ୍ତି । ଏମାନେ ମନ୍ଦିରକୁ ନଯାଇ ପୂଜା କରିଥାନ୍ତି । ଏମାନଙ୍କ ମତାନୁଯାୟୀ ଶ୍ରାରାମ କେବଳ ମନ୍ଦିରରେ ନୁହଁନ୍ତି ସମସ୍ତ ସ୍ଥାନରେ ବାସ କରିଥାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *