ଶ୍ରୀରାମଲାଲାଙ୍କୁ କ୍ଷମା ମାଗିଲେ ମୋଦି

ଶ୍ରୀରାମଲାଲାଙ୍କୁ କ୍ଷମା ମାଗିଲେ ମୋଦି

500 ଶହ ବର୍ଷର ପ୍ରତିକ୍ଷାର ଅନ୍ତ ଘଟାଇ ଗର୍ଭଗୃହରେ ପ୍ରତିଷ୍ଠା ହେଲେ ରାମଲାଲା । ମନ୍ଦିରର ଗର୍ଭଗୃହରେ ଶ୍ରୀରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ବିଶାଳ ସନ୍ଥ ଓ ଶ୍ରଦ୍ଧାଳୁ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାଷଣ ଦେବାବେଳେ ଶ୍ରୀରାମଙ୍କୁ କ୍ଷମା ଭିକ୍ଷା କଲେ ମୋଦୀ । କହିଲେ , ବୋଧହୁଏ ଆମର ତପସ୍ୟାରେ କିଛି ଅଭାବ ରହିଯାଇଥିଲା ତେଣୁ ଏଠାରେ ଶ୍ରୀରାମଙ୍କୁ ପୁଣି ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଇବାକୁ ଏତେ ବିଳମ୍ବ ହୋଇଗଲା । ୫୦୦ ବର୍ଷ ଧରି କେତେ ପୁଣ୍ୟାତ୍ମା ଏହି ପୁଣ୍ୟ ଦିନଟି ପାଇଁ ବଳିଦାନ ଦେଇଛନ୍ତି । କେତେ ନ୍ୟାୟିକ ସଂଘର୍ଷ ଚାଲିଛି । ଶେଷରେ ନ୍ୟାୟିକ ନିଷ୍ଠାର ବିଜୟ ହୋଇଛି । ତଥାପି ଏ ଦିନଟି ପାଇଁ ଏତେ ବିଳମ୍ବ ହୋଇଥିବାରୁ ମୁଁ ଶ୍ରୀରାମଙ୍କୁ କ୍ଷମା ମାଗୁଛି । ଆଜି ଦେଶର ସବୁ ଅଭାବ ପୂରଣ ହୋଇଛି । ସବୁ ଅପେକ୍ଷାର ଅନ୍ତ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *