୨୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କୋହଲା ପାଗ

୨୫ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ କୋହଲା ପାଗ

ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବୃଷ୍ଟିପାତର ପ୍ରଭାବ ବୃଦ୍ଧିର ସମ୍ଭାବନା ରହିଛି। ୨୫ ତାରିଖ ମଧ୍ୟାହ୍ନ ଯାଏଁ କେତେକ ଜିଲ୍ଲାରେ କୋହୋଲା ପାଗ ରହିବ। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ୨୬ ତାରିଖରୁ ପାଗ ବଦଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ ଦେଖିବାକୁ ଗଲେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି। ଆଉ କେତେ ସ୍ଥାନରେ କୁହୁଡି ମଧ୍ୟ ଦେଇଛି। ଯେଉଁଥିପାଇଁ ଯିବାଆସିବାରେ ବ୍ୟାଘାତ ଘଟିଛି।

author

Related Articles

Leave a Reply

Your email address will not be published. Required fields are marked *