ମୋକିମ ଓ ଚିରଞ୍ଜୀବଙ୍କ ଉପରୁ ହଟିବ ନିଲମ୍ୱନ

ମୋକିମ ଓ ଚିରଞ୍ଜୀବଙ୍କ ଉପରୁ ହଟିବ ନିଲମ୍ୱନ

କଂଗ୍ରେସର ଦୁଇ ହେଭିୱେଟ ନେତା ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରେ ହଟିପାରେ ନିଲମ୍ୱନ । ଗତ ଛଅ ମାସ ଧରି କଂଗ୍ରେସ ଦଳରୁ ଦୂରେଇ ରହିଛନ୍ତି ଏହି ଦୁଇ ନେତା । ଏହି ହେଭିୱେଟ ନେତା ଦୁଇଜଣ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଏ ନେଇ ଅଜୟ କୁମାର କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି । ଅପେକ୍ଷା କରନ୍ତୁ, ଖୁବ ଶୀଘ୍ର ଭଲ ଖବର ପାଇବେ । ଏମିତିକି ଆହୁରି ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ଅଜୟ କୁମାରଙ୍କ ସହ ଆଲୋଚନା ନେଇ ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି । ନିଲମ୍ବନ ପ୍ରତ୍ୟାହାର ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ।

author

Related Articles

Leave a Reply

Your email address will not be published. Required fields are marked *