ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ହେଲା ଅଙ୍କୁରରୋପଣ

ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ହେଲା ଅଙ୍କୁରରୋପଣ

ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଯିବ । ଏହାର ହୋମ ଯଜ୍ଞ ପାଇଁ ସୋମବାର ଅଙ୍କୁରରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ କର୍ତ୍ତା ଦାୟିତ୍ୱ ତୁଲାଇ ଅଙ୍କୁରରୋପଣ କାର୍ଯ୍ୟକ୍ରମ କରିଛନ୍ତି । ୨୬ ତାରିଖରେ ଅଧିବାସ ତଥା କଳସଯାତ୍ରା କରାଯିବାକୁ ଥିବାବେଳେ ୨୭ ତାରିଖ ଦିନ ହୋମ ଯଜ୍ଞ କରାଯାଇ ଲୋକାର୍ପଣ କରାଯିବ । ଏଥିରେ ୧୨ଟି ଜିଲ୍ଲାର ପଣ୍ଡିତ ଓ ବିଦ୍ୱାନ ଯୋଗଦେବେ । ୪ଟି ଗେଟ୍ ବା ଦ୍ୱାରରେ ହୋମଯଜ୍ଞ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *