କୋଟିଆକୁ ନେଇ ବିବାଦ

କୋଟିଆକୁ ନେଇ ବିବାଦ

ତେଲୁଗୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ବିବାଦୀୟ ଦୃଶ୍ୟ । ଫିଲ୍ମଟିର ଟାଇଟଲ ରହିଛି ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ । ବିବାଦୀୟ ଭୁଖଣ୍ଡ କୋଟିଆ ଆନ୍ଧ୍ରର ବୋଲି ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏପରିକି କୋଟିଆର ଛବିକୁ ମଳିନ କରିବାକୁ ପଛାଇ ନାହାନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ । ଓଡ଼ିଶାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଗୌଣ କରାଯାଇଛି । ଡିସେମ୍ବର ୮ ତାରିଖରେ ବଡ଼ ପରଦାକୁ ଆସିଛି ଏହି ତେଲୁଗୁ ଚଳଚ୍ଚିତ୍ର । ଏହା ସହ ଓଟିଟି ପ୍ଲାଟଫର୍ମରେ ବହୁଭାଷୀ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ରିଲିଜ ହୋଇଛି । ସାଉଥ ସିନେମାର ଷ୍ଟାର ଅଭିନେତା ନିତିନ ଓ ଅଭିନେତ୍ରୀ ଶ୍ରୀଲିଲା ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଦର୍ଶାଯାଉଛି ସ୍ୱାଧୀନତା ପୂର୍ବରୁ କୋଟିଆ ଓଡ଼ିଶାର ଥିବା ବେଳେ ସ୍ୱାଧୀନତା ପରେ ଏହା ଆନ୍ଧ୍ରରେ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *