ପୁଣି ରାଜରାସ୍ତାରେ ଗର୍ଜିବେ ଶିକ୍ଷକ । ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରଣ ନହେଲେ ଜାନୁଆରୀ ୨୯ରୁ ସାରା ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା । ପୂର୍ବରୁ ୩ ଦଫା ଦାବି ନେଇ ଆନ୍ଦୋଳନ କରିଥିଲା ସଂଘ । ଲକ୍ଷାଧିକ ଶିକ୍ଷକ ୨୦୨୨ ନଭେମ୍ବରରେ ଚାରିଦିନ ଧରି ଆନ୍ଦୋଳନ କରିଥିଲେ । ସେତେବେଳେ ଦାବିପୂରଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ହଟିଥିଲେ ଶିକ୍ଷକ । ଗତବର୍ଷ ଡିସେମ୍ବର ସୁଦ୍ଧା ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ସେ କହିଛନ୍ତି । ହେଲେ ଏହି ଦାବି ପୂରଣ ହୋଇନାହିଁ, ତେଣୁ ପୁଣି ଥରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024