କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ଦୁଇ ସପ୍ତାହ ତଳେ ବିଜେଡି ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସମାବେଶରେ ସେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ମିଶି ଥିଲେ। ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଉପସ୍ଥିତ ଥିଲେ ।

ନିଜ ଅଂଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହେଉଥିବା କହିଛନ୍ତି ବଳଭଦ୍ର ମାଝୀ । ଜାନୁଆରୀ ୮ ତାରିଖରେ ବିଜେଡିରୁ ସେ ଇସ୍ତଫା ଦେଇଥିଲେ । ବଳଭଦ୍ର ମାଝୀ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ସେ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ଆସନରୁ ୪ଥର ନିର୍ବାଚିତ ହୋଇଥିବା ବେଳେ ଲାଞ୍ଜିଗଡ ଆସନରୁ ଥରେ ବିଜୟୀ ହୋଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *