ଆଜି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଆସନ୍ତାକାଲି ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ମାକ୍ରୋନ ଆଜି ଭାରତ ଆସୁଛନ୍ତି । କିନ୍ତୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବା ପୂର୍ବରୁ ରାଷ୍ଟ୍ରପତି ମାକ୍ରୋନ୍ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜସ୍ଥାନ ଜୟପୁରର ଐତିହାସିକ ଆମେର ଦୁର୍ଗ ପରିଦର୍ଶନ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପିଙ୍କ ସିଟି ଦେଖିବା ପାଇଁ ଚାଲି ଚାଲି ତ୍ରିପୋଲିଆ ଗେଟ୍ ଯିବେ । ଇମାନୁଏଲ ମାକ୍ରୋନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରୋଡ୍ ସୋ କରିବେ । ଏହା ପରେ ଦୁହେଁ ରାମବାଗରେ ପହଞ୍ଚିବେ । ଏଥିସହିତ ଦୁହେଁ ଏକାଠି ରାତ୍ରୀ ଭୋଜନ ମଧ୍ୟ କରିବେ । ଏହାପରେ ଦୁହେଁ ଏକାଠି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହି ପ୍ରତିନିଧି ଦଳରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଅନେକ ମନ୍ତ୍ରୀ ରହିବେ ।
You can share this post!
author