କାର-ବାଇକ ମୁହାଁମୁହିଁ; ଜଣେ ମୃତ ୩ ଗୁତୁତର

କାର-ବାଇକ ମୁହାଁମୁହିଁ; ଜଣେ ମୃତ ୩ ଗୁତୁତର

ଅଡବା ଥାନା ଅନ୍ତର୍ଗତ ତୋରାଣିପାଣି ଗାଁ ନିକଟରେ କାର ସହ ବାଇକର ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଚାଳକ ସମେତ ୩ ଜଣ ଗୁରୁତର ଥିବା ବେଳେ ୬ ବର୍ଷର ଶିଶୁ ଆୟୁଷ ମାଦଳାଙ୍କ ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି, ଗରଡ଼ମା ପଞ୍ଚାୟତ ଅଧୀନ ଗମ୍ଭାରୀ ଗାଁରୁ ୪ ଜଣ ବ୍ୟକ୍ତି ବାଇକ ଯୋଗେ ମୋହନା ଅଭିମୁଖେ ଆସୁଥିବାବେଳେ ତୋରାଣିପାଣି ଗ୍ରାମ ନିକଟରେ ଅପରପାର୍ଶ୍ଵ ଗଞ୍ଜାମ ଜିଲ୍ଲା ଅଧିନ ଦିଗପହଣ୍ଡି ଠାରୁ ଦାରିଙ୍ଗିବାଡ଼ି ଯାଉଥିବା କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ବାଇକରେ ବସିଥିବା ୪ ଜଣ ଯାତ୍ରୀ ରାସ୍ତାକଡ଼କୁ ଛିଟିକି ହୋଇ ପଡ଼ିଥିଲେ । ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲା । ଡାକ୍ତର ଅମୃତରାଜ ଜେନା ୬ ବର୍ଷର ଶିଶୁକୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଗୁରୁତର ମାନେ ହେଲେ ସନ୍ତୋଷ ମାଦଳା ୪୦ ବର୍ଷ, ସନ୍ତୋଷିନୀ ମାଦଳା ୩୫ ବର୍ଷ ଓ ଦେଢ଼ ବର୍ଷର ଶିଶୁ ଆସିକ୍ ମାଦଳାଙ୍କୁ ବ୍ରହ୍ମପୁର ଜ୍ଞଳମଶ କୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି । ଅପରପକ୍ଷେ କାର ଚାଳକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡ ଡୁମୁଳା ଗ୍ରାମର କାର ଚାଳକ ହେମନ୍ତ ସ୍ୱାଇଁକୁ ମଧ୍ୟ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଥାନାରେ ଅଟକ ରଖିବା ସହ କାର ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଥିବା ଅଡବା ଥାନା ପକ୍ଷରୁ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *