୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତ୍ୟେକ ମାସର ଶେଷ ରବିବାରରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ବିନିମୟ କରିଥାନ୍ତି ପ୍ରଧାନମନ୍ତ୍ରୀ । ଆଜି ଚଳିତ ବର୍ଷର ପ୍ରତମ ମନ କି ବାତ କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ 11ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । 109 ତମ ଏପିସୋ଼ଡରେ ଦେଶବାସୀଙ୍କୁ ନୂଆ ପରାମର୍ଶ ଦେବା ସହ ନୂଆ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷର ଏହା ପ୍ରଥମ ମନ କି ବାତ ହୋଇଥିବାରୁ ଦେଶ ବାସୀଙ୍କ ସହ ନୂଆ ଅନୁଭୁତି ବାଣ୍ଟି ପାରନ୍ତି ପ୍ରଧାନମନ୍ତ୍ରୀ । ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇ ସାରିଥିବା ବେଳେ ଏହା ଉପରେ ମଧ୍ୟ ଦେଶବାସୀଙ୍କ ସହ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ।
You can share this post!
author