ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦିନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚି ସେଠାରୁ ଏକ ବିରାଟ ଶୋଭାଯାତ୍ରା କରିବେ । ଏହା ପରେ ରାଜଧାନୀରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ଖଡଗେ । ଯାହାକୁ କଂଗ୍ରେସ ‘ଓଡ଼ିଶା ବଞ୍ଚାଅ ସମାବେଶ’ ନାମରେ ନାମିତ କରିଛି ।୨୦୨୨ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କର ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ । ଆଗକୁ ରାଜ୍ୟରେ ବିଧାନସଭା ସହିତ ଲୋକସଭା ନିର୍ବାଚନ । ଏହାପୂର୍ବରୁ ଖଡଗେଙ୍କ ଗସ୍ତ କଂଗ୍ରେସ ଶିବିରରେ ଉତ୍ସାହ ଭରିବ ବୋଲି ଆଶା କରାଯାଉଛି । ସମାବେଶକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦ହଜାର ନେତା, କର୍ମୀଙ୍କୁ ସାମିଲ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ରାଜଧାନୀରେ ପୋଷ୍ଟର ବ୍ୟାନରରେ ଛାଇ ଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *