ନବୀନଙ୍କ ଗଡ଼ ଜିତିବାକୁ ବିଜେପିର ଜୋରଦାର ପ୍ରୟାସ

ନବୀନଙ୍କ ଗଡ଼ ଜିତିବାକୁ ବିଜେପିର ଜୋରଦାର ପ୍ରୟାସ

୨୪ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସବୁ ଦଳର ସଜବାଜ । ନିଜ ଗଡ ଛାଡି ଅନ୍ୟ ଗଡରେ ସରକାର ଗଢିବାକୁ ଭିନ୍ନ ଭିନ୍ନ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ଏଥିପାଇଁ ଘନ ଘନ ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ଗସ୍ତ କରୁଛନ୍ତି ଦଳର ହେଭିୱେଟ ନେତା । ଏହାରି ମଧ୍ୟରେ ଏବେ ସମସ୍ତଙ୍କ ଫୋକସରେ ରହିଛି ଓଡିଶା । ନିବାଚନ ପୂବରୁ ନବୀନଙ୍କ ଗଡ ଜିତିବା ପଥରେ ଆଗେଇ ଚାଲିଛନ୍ତି ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ।

ଓଡିଶାରେ ନବୀନ ସରକାରଙ୍କ ବିରୁଧରେ କଂଗ୍ରେସ ଓଡିଶା ବଞ୍ଚାଅ ଆନ୍ଦୋଳନ କରୁଥିବା ବେଳେ ବିଜେପି ବିଜେଡିର ଭୋଟବ୍ୟାଙ୍କ ଭାଙ୍ଗିବାକୁ ବ୍ଲୁ ପ୍ରିଣ୍ଟ ରେଡୀ କରୁଛି । ଏଥିପାଇଁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଭିନ୍ନ କାଯ୍ୟକ୍ରମ କରୁଛି । ଯାହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦୁଇ ଥର ଓଡିଶା ଗସ୍ତରେ ଆସୁଛନ୍ତି । ଫେବୃଆରୀ ୩ ତାରିଖରେ ସମ୍ବଲପୁର କାର୍ଯ୍ୟକ୍ରମ ଥିବା ବେଳେ ୧୦ ତାରିଖରେ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେଡିର ମହିଳା ଭୋଟବ୍ୟାଙ୍କକୁ ଭାଙ୍ଗି ସେମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ଓଡିଶାରେ ବିଶାଳ ମହିଳା ସମାବେଶ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହା ପୂର୍ବରୁ ମଧ୍ୟ ବିଜେଡିର ମିଶନ ଶକ୍ତିକୁ ଟକ୍କର ଦେବା ପାଇଁ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ମାଧ୍ୟମରେ ୭୦୦ ସାଥୀଙ୍କୁ ନେଇ ଶକ୍ତିସାଥୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦେଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ।

ତେବେ ବିଜେଡିର ମହିଳା ଭୋଟବ୍ୟାଙ୍କଙ୍କୁ ଭାଙ୍ଗିବା ପାଇଁ ବିଜେପି ଯେତେ ସବୁ ରଣନୀତି ପ୍ରସ୍ତୁତ କରୁଛି ଓଡିଶାରେ ଏହାର କିଛି ପ୍ରଭାବ ପଡିବନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ବିଧାୟକ । ମହିଳାମାନେ ସବୁ ବିଜେଡି ସହ ଅଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି ମହିଳା ଓ ଯୁବ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ରାଜନୈତିକ ଦଳ । ଯାହାକୁ ଦେଖିଲେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ କାର‌୍ୟ୍ୟକ୍ରମ ରାଜନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱ ରଖୁଛି ।

author

Related Articles

Leave a Reply

Your email address will not be published. Required fields are marked *