କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ

କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ

କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ । ଗୋଟିଏ ସପ୍ତାହରେ ଆତ୍ମହତ୍ୟା କଲେଣି ଦୁଇ ଜଣ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଚାପମୁକ୍ତ ରହିବା ପାଇଁ ଟିପ୍ସ ଦେଉଥିବା ବେଳେ ସେପଟେ କୋଟାରୁ ଏକ ଦୁଖଦ ଖବର ଆସିଛି । ରାଜସ୍ଥାନ କୋଟାରେ ଜେଇଇ କୋଚିଙ୍ଗ ନେଉଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କୋଟାରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ତଥା ରାଜ୍ୟ ସରକାର ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଚିନ୍ତା ପ୍ରକଟ କରିଥିଲେ। ପିଲାମାନେ କିପରି ଚାପମୁକ୍ତ ହୋଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରିବେ ସେଥିପାଇଁ ପରାମର୍ଶ ଦିଆଯାଇଥିଲା।


ସପ୍ତାହରେ ଗୋଟିଏ ଦିନ ଅଧା ପାଠ ପଢା ଏବଂ ଅଧା ଦିନ ଖେଳକୁଦ କରାଇବାକୁ ବ୍ୟବସ୍ଥା କରାଯାଇଥିଲା। ପିଲାମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ପାଇଁ ଅନଲାଇନ୍ ମୋଟିଭେସନାଲ କ୍ଲାସ୍ କରିବାକୁ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା। ଏସବୁ ସତ୍ତ୍ୱେ ବାରମ୍ବାର ଚାପଗ୍ରସ୍ତ ହୋଇ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ଖବର ସାମ୍ନାକୁ ଆସୁଛି।

author

Related Articles

Leave a Reply

Your email address will not be published. Required fields are marked *