ଛତିଶଗଡରେ ମାଓ ଆକ୍ରମଣ,ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଛତିଶଗଡରେ ମାଓ ଆକ୍ରମଣ,ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଛତିଶଗଡ଼ରେ ବଡ଼ ଧରଣର ମାଓ ଆକ୍ରମଣ ହୋଇଛି । ସୁକମା-ବିଜାପୁର ଜିଲ୍ଲା ସୀମାରେ ଥିବା ଟେକଲଗୁଡେମ୍ ଗାଁ ନିକଟରେ ଗୁଳିବିନିମୟ ହୋଇଛି । ଏଥିରେ ୩ ଜଣ ଯବାନ ସହିତ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନ ମାନଙ୍କୁ ଚିକିତ୍ସା ପାଇଁ ରାୟପୁରକୁ ଅଣାଯାଇଛି । ଛତିଶଗଡରେ ଆହତ ଯବାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । ଏହି ଗୁଳି ବିନିମୟରେ ସୁରକ୍ଷା କର୍ମୀଙ୍କ ପାଲଟା ଜବାବରେ ୬ ଜଣ ମାଓବାଦୀ ମଧ୍ୟ ପ୍ରାଣ ହରାଇଛନ୍ତି । ଯବାନମାନେ ନୂଆ କ୍ୟାମ୍ପ ନିର୍ମାଣ କରି ମାଓ ଗତିବିଧି ଅନୁଧ୍ୟାନ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଉପସ୍ଥିତ ଥିବା କୋବ୍ରା, ଏସଟିଏଫ ଏବଂ ଡିଆର୍ଜି ଫୋର୍ସର ମିଳିତ ଟିମ୍ ଆକ୍ରମଣର ଜବାବ୍ ଦେଇଥିଲେ । ଜୋନାଗଡ଼-ଆଲିଗୁଡ଼ା ଅଞ୍ଚଳରେ ମାଓ ବିରୋଧୀ ଅପରେସନ୍ ଚାଲିଥିବା ବେଳେ ଏହି ଘଟଣା ଘଟିଛି ।

author

Related Articles

Leave a Reply

Your email address will not be published. Required fields are marked *