ଆକାଶ ଛୁଆଁ ରସୁଣ ଦର

ଆକାଶ ଛୁଆଁ ରସୁଣ ଦର

ପ୍ରତ୍ୟେକ ରୋଷେଇଶାଳରେ ଅତ୍ୟାବଶ୍ୟକ ସାମଗ୍ରୀ ହେଉଛି ରସୁଣ । ଆଶ୍ଚର୍ଯ୍ୟକର କଥା ହେଉଛି ଅମଳ ସମୟରେ ଉଚ୍ଚା ଦରରେ ବିକ୍ରି ହେଉଛି ରସୁଣ । ରୋଷେଇ ଘରେ ଅଦା ଅଛି, ଅନ୍ୟ ପରିବା ବି ରହିଛି । ହେଲେ ରସୁଣ ଗାଏବ ହୋଇଯାଇଛି । ବର୍ତ୍ତମାନ ବଜାରରେ ରସୁଣ ଦର ଆକାଶ ଛୁଆଁ । ଅମଳ ସମୟରେ ରସୁଣ କିଲୋକୁ 500 ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । ରସୁଣ ଅମଳ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବଜାରରେ । କାଁ ଭାଁ ଦୋକାନରେ ରସୁଣ ମିଳୁଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି କହିଛନ୍ତି, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ।

author

Related Articles

Leave a Reply

Your email address will not be published. Required fields are marked *