ଗୀତ ଗାଇ ପାଠ ପଢାନ୍ତି ଦ୍ୱୀପକ ସାର୍

ଗୀତ ଗାଇ ପାଠ ପଢାନ୍ତି ଦ୍ୱୀପକ ସାର୍

ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ଭିନ୍ନ ଭିନ୍ନ କୌଶଳ ଆପଣାଉଥିବାର ଅନେକ ସମୟରେ ଦେଖିବାକୁ ମିଳିଛି । ପିଲାଙ୍କୁ ମଜା କଥା କହି, ଚିତ୍ର ଦେଖାଇ ସେମାନଙ୍କୁ ବିଷୟ ମଧ୍ୟକୁ ଆଣିଥାନ୍ତି । ତେବେ ଏମିତି ଜଣେ ଶିକ୍ଷକ ଅଛନ୍ତି ଯାହାଙ୍କ ଶିକ୍ଷାଦାନ ପ୍ରଣାଳୀ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଗୀତ ଗାଇ ପିଲାଙ୍କୁ ପାଠ ପଢାଉଛନ୍ତି ଭଦ୍ରକ ବାସୁଦେବପୁରର ଶିକ୍ଷକ ଦ୍ୱୀପକ କୁମାର ଦାସ । ଗୀତ ଗାଇବା ସହ ଭିନ୍ନ ଭିନ୍ନ କୌଶଳ ଆପଣାଇ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି । ପିଲାମାନେ କିପରି ପାଠଟିକୁ ବୁଝିବା ସହିତ ମନେ ରଖିପାରିବେ ସେଥିପାଇଁ ଗୀତ ମାଧ୍ୟମରେ ସେ ପିଲାଙ୍କୁ ବିଷୟ ସମ୍ପର୍କରେ ବୁଝାଉଛନ୍ତି । ଏକ ଟିଣ ଛପର ଘରେ ସପ୍ତମରୁ ଦଶମ ଶ୍ରେଣୀ ପଯ୍ୟନ୍ତ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଏକାଠି ବସାଇ ପାଠ ପଢାଉଛନ୍ତି ଦ୍ୱୀପକ ଦାସ । ନିଜେ ପାଠ ପଢିବା ସହ ଗରିବ ପିଲାଙ୍କ ଭବିଷ୍ୟତ ଗଢିବା ଦିଗରେ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ପିଲାମାନଙ୍କୁ କଷ୍ଟ ହେଉଥିବା ଗଣିତ, ବିଜ୍ଞାନ, ଭୁଗୋଳ ଏବଂ ଇତିହାସ ସେମାନେ କିପରି ସହଜରେ ମନେ ରଖିପାରିବେ ସେଥିପାଇଁ ବିଷୟକୁ ନେଇ ଗୀତ ପ୍ରସ୍ତୁତ କରୁଛନ୍ତି । ଏବଂ ସେହି ଗୀତ ମାଧ୍ୟମରେ ସେ ପିଲାଙ୍କୁ ପଢାଉଛନ୍ତି । ଏବଂ ପିଲାମାନେ ମଧ୍ୟ ଏହି ନିଆରା କୌଶଳରେ ପ୍ରଭାବିତ ହୋଇ ପାଠ ମନେରଖୁଥିବାର ଦେଖିବାକୁ ମିଳୁଛି ।

author

Related Articles

Leave a Reply

Your email address will not be published. Required fields are marked *