PAYTM ଉପରେ RBIର ବଡ କଟକଣା

PAYTM ଉପରେ RBIର ବଡ କଟକଣା

ପେଟିଏମ୍ ଉପରେ ଆରବିଆଇ ର ବଡ କଟକଣା । ପେଟିଏମ୍ ପେମେଣ୍ଟସ ବ୍ୟାଙ୍କକୁ ବଡ ଝଟକା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏଣିକି ପେଟିଏମରେ ଆଉ ନୂଆ ଗ୍ରାହକ ଯୋଡି ହୋଇପାରିବେନି । ଫେବୃଆରୀ ୨୯ ପରଠୁ ପେଟିଏମ ରେ ଆଉ ଟଙ୍କା ଡିପୋଜିଟ୍ କିମ୍ବା ୱାଲେଟ୍ ବ୍ୟାବସ୍ଥା କାମ କରିବନି । ତେବେ ପେଟିଏମରେ ଥିବା ଟଙ୍କା ସରିବା ଯାଏଁ ଏହାକୁ ୟୁଜର୍ସ ବ୍ୟବହାର କରିପାରିବେ ବୋଲି ଆରବିଆଇ ସ୍ପଷ୍ଟ କରିଛନ୍ତି । ତେବେ ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ ୨୯ ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରପେଡ୍ ଉପକର. ୱାଲେଟ୍‌, ଫଆସଟ୍ୟାଗସ କିମ୍ବା ନ୍ୟସନାଲ କମନ୍ ମୋବିଲିଟି କାର୍ଡରେ ଆଉ ଟଙ୍କା ଜମା କରିପାରିବେ ନାହିଁ । ୟୁଜର୍ସମାନେ ଆକଉଣ୍ଟରେ ଥିବା ଟଙ୍କା ଉଠାଇପାରିବେ । ହେଲେ ଜମା କରିବାକୁ ଅନୁମତି ମିଳିବ ନାହିଁ । ଏହା ସହ ପେଟିଏମରୁ ଅନ୍ୟ କୌଣସି ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ହୋଇପାରିବ ନାହିଁ । କେବଳ ୟୁପିଆଇ ସୁବିଧା ବ୍ୟବହାର କରିପାରିବେ । ତେବେ ଆରବିଆଇ ଜାରି କରିଥିବା ଗାଇଡଲାଇନକୁ ପେଟିଏମ ପାଳନ କରୁନଥିବାର ବ୍ୟାଙ୍କିଙ୍ଗ ରେଗୁଲେସନ୍ ଆକ୍ଟ ଅନୁଯାୟୀ ଆରବିଆଇ କାଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏବଂ ପେମେଣ୍ଟ ବ୍ୟାଙ୍କଠୁ ଦୂରେଇ ରହିବାକୁ ଆରବିଆଇ ସୂଚନା ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *