ରାଜ୍ୟସଭା ଯିବେ କି ବାବା ପ୍ରସନ୍ନ ?

ରାଜ୍ୟସଭା ଯିବେ କି ବାବା ପ୍ରସନ୍ନ ?

ଦ୍ୱନ୍ଦରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଅନୌପଚାରିକ ଭାବେ ଶ୍ରୀମୟୀ ମିଶ୍ର ଲୋକସଭା ପ୍ରାର୍ଥୀ ହେବା ନେଇ ଘୋଷଣା ହେବା ପରେ ଟିକିଏ ଅସନ୍ତୋଷ ଅଛନ୍ତି ବାବା ପ୍ରସନ୍ନ ପାଟ୍ଟଶାଣୀ । ଆଉ ଏବେ ରାଜ୍ୟସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜ୍ୟସଭା ଆସନ ଉପରେ ତାଙ୍କ ଆଖି । ଆସନ୍ତା ଫେବୃୟାରୀ 27ରେ ହେବ ରାଜ୍ୟସଭା ନିର୍ବାଚନ ।ଏପ୍ରିଲ ମାସ 3 ତାରିଖରେ ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେବେ ତିନି ଆସନ ଖାଲି ହେବା ଶୁଣି ସେହି ଆଡକୁ ମୁହାଁଇଛନ୍ତି ପ୍ରସନ୍ନ । ଲୋକସଭା ନ ଦେଲ ନାହିଁ ରାଜ୍ୟସଭା ଟିକେଟ ଦେବ ବୋଲି ଆଶା ରଖିଛନ୍ତି । ରାଜ୍ୟସଭା ଆସନ ପାଇଁ ତିନି ନେତାଙ୍କ ନାମ ଚୂଡାନ୍ତ ହୋଇସାରିଛି ଖୁବ ଶୀଘ୍ର ଏହା ଘୋଷଣା କରାଯିବ । ତେବେ ଦେଖିବାକୁ ବାକି ରହିଲା ସେହି ତିନି ନେତାମାନଙ୍କ ମଧ୍ୟରେ ରାଜ୍ୟସଭା ଯିବା ପାଇଁ ଆଶା ବାନ୍ଧିଥିବା ବାବା ପ୍ରସନ୍ନଙ୍କ ନାମ ରହୁଛି କି ନାହିଁ ?

author

Related Articles

Leave a Reply

Your email address will not be published. Required fields are marked *