ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ନଜର ରଖିବ ଡ୍ରୋନ

ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ନଜର ରଖିବ ଡ୍ରୋନ

ଏଣିକି ଭାରତର ଶକ୍ତି ବଢିବ । ବିନା ଚାଳକରେ ଆକାଶ ମାର୍ଗରୁ ଶତ୍ରୁଙ୍କ ଉପରେ ନଜର ରଖିବ ଡ୍ରୋନ । ଅତ୍ୟାଧୁନିକ ଡ୍ରୋନ ଏମକ୍ୟୁ-ନାଇନ ବି  କିଣିବ ଭାରତ । ଏ ନେଇ ହୋଇଥିବା ଚୁକ୍ତିକୁ ଅନୁମତି ଦେଇଛି ଆମେରିକା । ଏଥିପାଇଁ ପାଖାପାଖି ୪ବିଲିୟନ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଚୁକ୍ତି ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । ଉଚ୍ଚ ପାହାଡ଼ ଉପରେ ଏବଂ ସମୁଦ୍ର ଉପରେ ତୀକ୍ଷ୍ମ ନଜର ରଖିବ ଏହି ଏମକ୍ୟୁ-ନାଇନ୍ ବି ଡ୍ରୋନ । ଚୀନ୍ ସୀମାରେ ଭାରତୀୟ ସେନା ପକ୍ଷରୁ ଏହାକୁ ମୁତୟନ କରାଯାଇପାରେ । ଏହି ଡ୍ରୋନ ପ୍ରାୟ ୩୫ଘଂଟା ଉଡ଼ିପାରିବ । ସମ୍ପୂର୍ଣ୍ଣ ଭାବରେ ରିମୋର୍ଟ କଂଟ୍ରୋଲ ଦ୍ୱାରା ହେବ ପରିଚାଳିତ ।

author

Related Articles

Leave a Reply

Your email address will not be published. Required fields are marked *