ସାଧାରଣ ଜନତାଙ୍କୁ ହନ୍ତସନ୍ତ କରାଉଛି ଦର ବୃଦ୍ଧି । କେତେବେଳେ ଡାଲି ଚାଉଳର ଦରବୃଦ୍ଧି ତ ଆଉ କେତେବେଳେ ପିଆଜର । ଆଉ ଏବେ ରସୁଣ ଦର । ଅମଳ ସମୟରେ ବଜାରରେ ରସୁଣ କିଲୋ ପାଖାପାଖି 500 ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । ରସୁଣ କିଲୋକୁ ୪୫୦ରୁ ୪୮୦ ଟଙ୍କା କଷୁଛନ୍ତି ବ୍ୟବସାୟୀ । କିଣିବାକୁ ଡରୁଛନ୍ତି ଗ୍ରାହକ । ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ । ରସୁଣର ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଦର ନିୟନ୍ତ୍ରଣ ପାଇଁ ସରକାର ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024