ଇଣ୍ଡିଆ ମେଣ୍ଟକୁ ମମତାଙ୍କ କଟାକ୍ଷ

ଇଣ୍ଡିଆ ମେଣ୍ଟକୁ ମମତାଙ୍କ କଟାକ୍ଷ

ଇଣ୍ଡିଆ ମେଣ୍ଟରେ ଥାଇ ମେଣ୍ଟ ସହଯୋଗୀଙ୍କୁ କଟାକ୍ଷ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କଂଗ୍ରେସ ଦଳକୁ ନେଇ ଏକ ତାଚ୍ଛଲ୍ୟ କରିବା ଭଳି ଏକ ବୟାନ ରଖିଛନ୍ତି । କଂଗ୍ରେସ ଦଳକୁ ସମାଲୋଚନା କଲା ଶୈଳୀରେ କହିଛନ୍ତି, ଲୋକସଭା ନିର୍ବାଚନରେ ୪୦ ଆସନ ଜିତିପାରିବ ନା ନାହିଁ ସନ୍ଦେହ । ପଶ୍ଚିମବଙ୍ଗର ମୂର୍ଶିଦାବାଦରେ ଆୟୋଜିତ ସଭାରେ ମମତା ବାନାର୍ଜୀ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ୩ ଶହ ଆସନରୁ ୪୦ଟି ଆସନ ଜିତିବା ନା ନାହିଁ ତାଙ୍କୁ ଜଣା ନାହିଁ । ତଥାପି କାହିଁକି ଏତେ ଗର୍ବ ଅହଙ୍କାର । ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟରେ ରଖି କହିଛନ୍ତି, ପଶ୍ଚିମବଙ୍ଗରେ ଭାରତ ଯୋଡ ନ୍ୟାୟ ଯାତ୍ରା ହେଲା । କିନ୍ତୁ ଇଣ୍ଡିଆ ମେଣ୍ଟରେ ଥାଇ ସେ ଜାଣିପାରିନଥିଲେ ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *