ପୁଣି କେଜ୍ରିୱାଲଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ

ପୁଣି କେଜ୍ରିୱାଲଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଆଜି ପୁଣିଥରେ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି। ତାଙ୍କୁ ପୁଣି ଥରେ ଆଜି ନୋଟିସ୍ ଦେବା ପାଇଁ କ୍ରିଇମ୍ବ୍ରାଞ୍ଚର ଏକ ଟିମ୍ ତାଙ୍କ ଘରକୁ ଯାଇଛି। କେଜ୍ରିୱାଲ ଆଣିଥିବା ଅଭିଯୋଗର ସତ୍ୟତା ଜାଣିବାକୁ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ବ୍ୟକ୍ତିଗତ ରୂପେ ନୋଟିସ୍ ଦେବାକୁ ଯାଇଛି। ଏହାପୂର୍ବରୁ ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ନୋଟିସ ଦେବାକୁ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା। କିନ୍ତୁ ନୋଟିସ ଗ୍ରହଣ ନ କରିବାରୁ ଦିଲ୍ଲୀ ପୁଲିସ ରାତିରେ ସେଠାରୁ ଫେରି ଆସିଥିଲା। ସୂଚନା ଅନୁଯାୟୀ, ୭ ଆପ୍ ବିଧାୟକଙ୍କୁ ବିଜେପି ପ୍ରଲ୍ଲୋଭିତ କରିଥିବା ଓ କିଣିବାକୁ ଯୋଜନା କରୁଥିବା ନେଇ ଅଭିଯୋଗ କରିଥିଲେ କେଜ୍ରିୱାଲ। ତାଙ୍କ କହିବା କଥା ହେଲା ତାଙ୍କର ୨୧ ବିଧାୟକଙ୍କୁ ଭାଙ୍ଗିବାକୁ ଯୋଜନା ଚାଲିଛି। ଏହି ଅଭିଯୋଗର ସତ୍ୟତା ପ୍ରମାଣ ପାଇବାକୁ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଚଳାଇଛି।

author

Related Articles

Leave a Reply

Your email address will not be published. Required fields are marked *