ପିପିଲିରେ ଫୁଟିବ ପଦ୍ମ !

ପିପିଲିରେ ଫୁଟିବ ପଦ୍ମ !

24 ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ପିପିଲି ନିର୍ବାଚନ ମଣ୍ଡଳୀ । ମହାରଥୀ ପରିବାର ହାତରେ ରହିଛି ପିପିଲିର ଗଡ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିର ମଙ୍ଗ ଧରିଛନ୍ତି ତାଙ୍କ ସୁପୁତ୍ର ରୁଦ୍ର ପ୍ରତାପ ମହାରଥୀ । 2021 ଉପନିର୍ବାଚନ ଜରିଆରେ ରାଜନୀତି ମଇଦାନରେ ପାଦ ଥାପିଥିଲେ ରୁଦ୍ର । ସେହି ଉପନିର୍ବାଚନରେ ରୁଦ୍ରଙ୍କୁ କଡା ଟକ୍କର ଦେଇଥିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ମହାରଥୀ ପରିବାରକୁ ଦୁଇ ଦୁଇ ଥର ଟକ୍କର ଦେଇଥିବା ଆଶ୍ରିତ ପୁଣିଥରେ 24 ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି । କୁହାଯାଉଛି କି ବିଜେଡିରୁ ରୁଦ୍ର ପୁଣିଥରେ ଟିକେଟ ପାଇବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଗୋଟିଏ ପଟେ ବିଜେଡିରୁ ରୁଦ୍ର ମହାରଥୀ ଅନ୍ୟପଟେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଦୁହିଁଙ୍କ ମଧ୍ୟରେ ହୋଇପାରେ କଡା ଟକ୍କର । ତେବେ ରୁଦ୍ରଙ୍କୁ ଟକ୍କର ଦେଇ ବିଜେପିରୁ ଆଶ୍ରିତ ପିପିଲିରେ ପଦ୍ମ ଫୁଟାଇପାରିବେ କି ନାହିଁ ?

author

Related Articles

Leave a Reply

Your email address will not be published. Required fields are marked *