ଆଜି ବିଶ୍ୱ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସ

ଆଜି ବିଶ୍ୱ କର୍କଟ ଦିବସ। ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ। କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି। ୨୦୨୩- ୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।
ଏହି ଅବସରରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ସଚେତନତା କାର‌୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଛି। ଏଣୁ ସାରା ବିଶ୍ୱରେ କର୍କଟ ରୋଗ ବଢ଼ିବାରେ ଲାଗୁଛି । ଜନସାଧାରଣଙ୍କୁ ଏହି ରୋଗର ଭୟାବହତା ବିଷୟରେ ଟିକନିଖି କରି ବୁଝାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

author

Related Articles

Leave a Reply

Your email address will not be published. Required fields are marked *