ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପରେ ଏବେ ଉତ୍ତରଦ୍ୱାର ଗୁମୁଟ ପାର୍ଶ୍ୱରେ ଫାଟ ଦେଖାଦେଇଛି । ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏକାଧିକ ସ୍ଥାନରୁ ପ୍ରସ୍ତରର ଭାସ୍କର୍ଯ୍ୟ ସବୁ ଖଣ୍ଡ ଖଣ୍ଡ ହୋଇ ଖସିପଡ଼ିଛି । ଫଳରେ ପ୍ରସ୍ତର କାନ୍ଥରେ ଗର୍ତ ଦେଖାଗଲାଣି ।ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଭୁଶୁଡ଼ି ଯିବା ସମ୍ଭାବନା ରହିଛି । ଶ୍ରୀମନ୍ଦିର ଉତ୍ତରଦ୍ୱାର ସହ ଅନ୍ୟଦ୍ୱାରରେ ଭୁପୃଷ୍ଠରୁ ପଦ୍ମପାଖୁଡା ଆକୃତିର ବଡ଼ ବଡ଼ ପ୍ରସ୍ତର ସବୁ ରହିଛି । ଏହା ଉପରି ଅଂଶରେ ଅନ୍ୟାନ୍ୟ କାରକାର୍ଯ୍ୟ ମଧ୍ୟ ରହିଛି । ଏହି ଫାଟ ଦେଖାଯିବା ପରେ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *