ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

ଚିଲିରେ ଧୀରେ ଧୀରେ ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି ଜଙ୍ଗଲ ନିଆଁ । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଏଯାଏଁ ୧୧୨ ଜଣଙ୍କ ଜୀବନ ଗଲାଣି । ବର୍ତ୍ତମାନ ସୁଦ୍ଧା ୧୧୨ ଜଣ ମୃତ ବୋଲି ସ୍ପଷ୍ଟ ହୋଇଥିବାବେଳେ ହଜାର ହଜାର ଲୋକ ନିଖୋଜ ରହିଛନ୍ତି । ନିଆଁ ଲାଗି ୧୪୦୦ ଘର ପୋଡ଼ି ନଷ୍ଟ ହୋଇଯାଇଛି ।


ଗତ ଶୁକ୍ରବାର ଦିନ ଚିଲିର ଜଙ୍ଗଲରେ ନିଆଁ ଲାଗିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ନିଆଁ ଆୟତ୍ତ ନହେବାରୁ ଭୟଙ୍କର ରୂପ ଧାରଣ କରିଥିଲା ଅଗ୍ନିକାଣ୍ଡ । ନିଆଁର ଆଁରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଥିଲା । ଆଉ ବର୍ତ୍ତମାନ ମଧ୍ୟ ନିଆଁ ଲିଭିବାର ନାଁ ଧରୁନାହିଁ ।ନିଆଁ ଓ ପ୍ରବଳ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ିଛି ସହର । ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସହରଗୁଡ଼ିକରେ କର୍ଫ୍ୟୁ ଲଗାଇଛନ୍ତି ସରକାର ।

author

Related Articles

Leave a Reply

Your email address will not be published. Required fields are marked *