ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କୋଷାଧକ୍ଷ ଗୋବିନ୍ଦ ଦେବ ଗିରିଙ୍କ ଏକ ବୟାନ ସନାତନ ଧର୍ମକୁ ବିରୋଧ କରୁଥିବା ଲୋକଙ୍କୁ ଏକ ପ୍ରକାର ଝଟକା ଦେଇଛି । ସେ କହିଛନ୍ତି ଯେ ‘ଅଯୋଧ୍ୟା ପରେ କାଶୀ, ମଥୁରାର ମନ୍ଦୀର ଆମକୁ ଶାନ୍ତିପୂର୍ଣ୍ଣ ଭାବେ ମିଳିଗଲେ ଆମେ ଆଉ କୌଣସି ମସଜିଦ ଆଡକୁ ଭୁଲରେ ବି ଚାହିଁବୁନି’ । ପୁଣେରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିବା ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ, ହିନ୍ଦୁ ଅତୀତରେ ନୁହେଁ ବରଂ ଭବିଷ୍ୟକୁ ଚାହିଁ ବଞ୍ଚିବାକୁ ଚାହେଁ । ଦେଶର ଭବିଷ୍ୟତ ହେବା ଜରୁରୀ । ଏଥିପାଇଁ ଯଦି ବୁଦ୍ଧିମତାର ସହିତ ଏହି ୩ ସ୍ଥାନର ମନ୍ଦିର ଗୁଡିକୁ ହିନ୍ଦୁଙ୍କୁ ଦେଇଦିଆଯାଏ ତେବେ ଅନ୍ୟ ସବୁ କଥାକୁ ଭୁଲାଇଦିଆଯିବ ।
You can share this post!
author