24 ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗର କଡା ନିଷ୍ପତ୍ତି

24 ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗର କଡା ନିଷ୍ପତ୍ତି

24 ନିର୍ବାଚନକୁ ମାସ କେଇଟା ବାକି ରହିଲା । ସେଥିପାଇଁ ରାଜ୍ୟରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା ରଣନୀତି ଆରମ୍ଭ ହୋଇଗଲାଣି । ଏହିକ୍ରମରେ ନିର୍ବାଚନ ଆୟୋଗ ମଧ୍ୟ ପଛରେ ପଡିନାହାଁନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ଭାରତୀୟ ନିର୍ବାଚନ ଆୟୋଗ । ସୋମବାର ନିର୍ବାଚନ ଆୟୋଗ ଦେଶର ରାଜନୈତିକ ଦଳମାନଙ୍କ ପାଇଁ ଏକ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ନିର୍ବାଚନ ପ୍ରଚାର, ପୋଷ୍ଟର ମାରିବା, ନିର୍ବାଚନୀ ନାରା ଦେବା ଭଳି କାମରେ ରାଜନୈତିକ ଦଳମାନେ ଛୋଟ ପିଲାଙ୍କୁ ସମ୍ପୃକ୍ତ କରିପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ନିର୍ବାଚନ ଆୟୋଗ ଏହି କଡା ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ନିର୍ବାଚନ ସମ୍ଭନ୍ଧୀୟ କୌଣସି ବି କାମରେ ଛୋଟ ପିଲାମାନେ ସାମିଲ ହେଇପାରିବେନି । ଛୋଟ ପିଲାଙ୍କ ଦ୍ୱାରା କବିତା ପାଠ କରାଇବା, ନାରା ବାଜି କରାଇବା, ରାଜନୈତିକ ଦଳର ପତାକା ଧରାଇବା ଭଳି କାମ ଛୋଟ ପିଲାମାନେ କରିବେ ନାହିଁ । ଯଦି କୌଣସି ରାଜନୈତିକ ଦଳ ଏପରି କରେ ତେବେ ତା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *