ଆଉ କିଛି ସମୟ ପରେ ଓଡିଶାରେ ପହଁଞ୍ଚିବେ ରାହୁଲ ଗାନ୍ଧି

ଆଉ କିଛି ସମୟ ପରେ ଓଡିଶାରେ ପହଁଞ୍ଚିବେ ରାହୁଲ ଗାନ୍ଧି

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାହୁଲ ପ୍ରଥମେ ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିବେ । ୬ ଓ ୭ ତାରିଖ ଦୁଇ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ରହିବା କାର‌୍ୟ୍ୟକ୍ରମ ରହିଛି । ଏହି ସମୟରେ ସେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହେବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟର ସମସ୍ତ ବରିଷ୍ଠ ନେତା ଏବେ ରାଉରକେଲାରେ ଡେରା ପକାଇଛନ୍ତି ।


ବୀରମିତ୍ରପୁରରୁ ରାହୁଲ ଯାତ୍ରା ଆରମ୍ଭ କରି ରାଉରକେଲା ଉଦିତ ନଗର ଛକରେ ପହଞ୍ଚିବେ । ସେଠାରୁ ପଦଯାତ୍ରାରେ ପାନପୋଷ ଛକ ଯାଏଁ ଯିବେ । ପାନପୋଷରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି । ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିବ ବୋଲି କଂଗ୍ରେସ ଆଶା ରଖିଛି ।

author

Related Articles

Leave a Reply

Your email address will not be published. Required fields are marked *