ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଆସିଲା ରାୟ

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଆସିଲା ରାୟ

ଦୀର୍ଘ ୪ ବର୍ଷ ପରେ ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଆସିଛି ଚୂଡାନ୍ତ ରାୟ । ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ନୟାଗଡ଼ ଚିଲ୍ଡ୍ରେନ୍ କୋର୍ଟ ଏହି ମାମଲାରେ ରାୟ ଶୁଣାଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା ଦେବେ ହତ୍ୟାକାରୀ । କୋର୍ଟଙ୍କ ରାୟ ଆସିବା ପରେ ସରକାରୀ ଓକିଲ ପ୍ରତିକ୍ରିୟା ଦେଇ କହିଛନ୍ତି, ଦୋଷୀ ସାବାଳକ ହୋଇଥିଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା । ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଘର ସାମ୍ନାରେ ଖେଳୁଥିବା ବେଳେ ୫ ବର୍ଷୀୟା ଶିଶୁ କନ୍ୟା ପରୀ ନିଖୋଜ ହୋଇଥିଲା । ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା । ଏକ ଅଖା ବସ୍ତାରୁ ପରୀର ଦେହାବଶେଷ ସହ ହାଡ ଉଦ୍ଧାର କରାଯାଇଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏବେ ଏହି ଘଟଣାରେ ରାୟ ଆସିବା ପରେ ଅଭିଯୁକ୍ତକୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ।

author

Related Articles

Leave a Reply

Your email address will not be published. Required fields are marked *