ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍

ମାଟ୍ରିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍

ମାଟ୍ରିକ ପରୀକ୍ଷାକୁ ନେଇ ଆସିଛି ଏକ ବଡ ନିଷ୍ପତ୍ତି । ଏଣିକି ଆଉ ଅଧ ଘଣ୍ଟା କି ୪୫ ମିନିଟ୍ ନୁହେଁ ଦେଢ ଘଣ୍ଟା ପୂବରୁ ପରୀକ୍ଷା ହଲକୁ ଏଣ୍ଟ୍ରି କରିବେ ଛାତ୍ରଛାତ୍ରୀ । ଆସନ୍ତା ୨୦ ତାରିଖରୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ରେ କପି ରୋକିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ । ଏହା ସହ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ବୋର୍ଡ ମୋବାଇଲ କଟକଣା ଜାରି କରିଛନ୍ତି । କେବଳ ଏତିକି ନୁହେଁ ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପଯ୍ୟବେକ୍ଷକ ନିଯୁକ୍ତ ରହିବେ । ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ପରେ ଉତ୍ତର ଖାତା ଯିବା ପଯ୍ୟନ୍ତ ଟିକ୍ ନିଖ୍ ତଦାରଖ କରିବେ । ଏହାର ଦାୟିତ୍ୱ ବିଇଓ , ପ୍ରଧାନଶିକ୍ଷକ ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଦିଆଯିବ । ସଣ୍ଟେର ସୁପରିଟେେଣ୍ଡେଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *