ମାଘରେ କଲବଲ କରୁଛି ଖରା

ମାଘରେ କଲବଲ କରୁଛି ଖରା

ମାଘରେ କଲବଲ କରୁଛି ଖରା । ଫେବୃଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି । ଏବେ ଠାରୁ ହିଁ ଗରମ ଅନୁଭୂତ ହେଲାଣି । ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳ ଓଡିଶାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ବଢିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ୩ ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଏହିପରି ତାପମାତ୍ରା ଆସନ୍ତା ୩ ଦିନ ଯାଏଁ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିିଛି । ଏଲନିନୋର ପ୍ରଭାବ ଏବଂ ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ ଏହାର କାରଣ ବୋଲି ମତ ରଖିଛନ୍ତି ପାଣିପାଗ ବିଜ୍ଞାନୀ। ଗତକାଲି ରାଜ୍ୟର ୧୩ଟି ସହରରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିଲା।

author

Related Articles

Leave a Reply

Your email address will not be published. Required fields are marked *