ମାଘରେ ଜାଡ ବଦଳରେ ଅସହ୍ୟ ତାତି

ମାଘରେ ଜାଡ ବଦଳରେ ଅସହ୍ୟ ତାତି

ଫେବୃୟାରୀ ମାସରୁ ଆରମ୍ଭ ହୋଇଗଲାଣି ଗରମ । ରାଜ୍ୟରେ 13 ସହରରେ ତାପମାତ୍ରା 33 ଡିଗ୍ରୀ ରହିଛି । ଗତକାଲି ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି । ଟିଟିଲାଗଡ଼, ମାଲକାନଗିରି ତାପମାତ୍ରା ୩୪ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ କେବଳ ଦିନ ନୁହେଁ ରାତିରେ ମଧ୍ୟ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି । ଉପକୂଳରେ ରାତି ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୨ରୁ ୫ ଡିଗ୍ରୀ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଯାଏ ଅଧିକ ଅଛି ।

author

Related Articles

Leave a Reply

Your email address will not be published. Required fields are marked *