ପେଟିଏମ ପରେ ଭାରତପେ କମ୍ପାନୀ ଉପରେ ସରକାରଙ୍କ ସନ୍ଦେହ

ପେଟିଏମ ପରେ ଭାରତପେ କମ୍ପାନୀ ଉପରେ ସରକାରଙ୍କ ସନ୍ଦେହ

ପେଟିଏମ ପରେ ଭାରତପେ କମ୍ପାନୀ ଉପରେ ବଢିଲା ସରକାରଙ୍କ ସନ୍ଦେହ । ଭାରତ ସରକାରଙ୍କ କର୍ପୋରେଟ ଆଫାୟର୍ସ ମନ୍ତ୍ରଣାଳୟ ଫିନଟେକ୍ କମ୍ପାନୀ ଭାରତ ପେ କୁ ନୋଟିସ ଜାରି କରିଛି । ଏହି ନୋଟିସ କମ୍ପାନୀ ନିୟମ ଧାରା ୨୦୬ କ୍ରମରେ ଜାରି କରାଯାଇଛି । ଏଥିରେ କମ୍ପାନୀର ସଂସ୍ଥାପକ ଥିବା ଅଶନୀର ଗ୍ରୋଭରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ମଗାଯାଇଛି ।


ଗଣମାଧ୍ୟମ ରିପୋର୍ଟ ମୁତାବକ କର୍ପୋରେଟ ମନ୍ତ୍ରଣାଳୟ କମ୍ପାନୀର ତାହା ଉପରେ ସୂଚନା ଜାଣିବାକୁ ଚାହିଁଛି , ଯାହା କି କମ୍ପାନୀ ତରଫରୁ ଅଶନୀର ଗ୍ରୋଭରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅପରାଧୀକ ମାମଲା କୋର୍ଟରେ ଜମା କରାଯାଇଛି । ଏହି ଫିନଟେକ କମ୍ପାନୀ ୨୦୨୨ ମସିହାରେ ବିବାଦକୁ ଆସିଥିଲା । କମ୍ପାନୀର ସଂସ୍ଥାପକ ଅଶନୀର ଗ୍ରୋଭର କୋଟାକ ଗ୍ରୁପର କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବାହାର କରିବା ସହ ଧମକ ଦେଇଥିଲେ । ବାସ୍ତବରେ କୋଟାକ ଗ୍ରୁପ କର୍ମଚାରୀ ନାଇକା କମ୍ପାନୀର ଆଇପିଓ ସମୟରେ ଆବଣ୍ଟନ ସୁରକ୍ଷିତ କରିପାରି ନଥିଲେ । ଏହି ବିବାଦ ପରେ ଅଶ୍ନୀର ଗ୍ରୋଭର ଭାରତପେର ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ଏବଂ କମ୍ପାନୀ ଏହାର ଆର୍ଥିକ ଆକାଉଣ୍ଟର ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *