ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ତେଜିଲା ରାଜନୀତି

ପରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ତେଜିଲା ରାଜନୀତି

ପରୀ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ପରେ ତେଜିଲା ରାଜନୀତି । ସୋସିଆଲ ମିଡିଆରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଗତକାଲି ୪ ବର୍ଷ ପରେ ପରୀ ହତ୍ୟାକାଣ୍ଡ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା । ଏଥିରେ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ନୟାଗଡ ଚିଲ୍ଡ୍ରେନ୍ କୋର୍ଟ । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି । ପରୀ ହତ୍ୟାକାରୀକୁ ବଂଚାଇବା ପାଇଁ ବିଜେପି ହୀନ ଉଦ୍ୟମ କରିଥିବା କହି ଅଭିଯୋଗ କରିଛନ୍ତି ବିଜେଡିର ପ୍ରଣବ ଦାସ । ଲେଖିଛନ୍ତି, ପରୀ ହତ୍ୟାକାରୀକୁ ବଂଚାଇବା ପାଇଁ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଷଡଯନ୍ତ୍ର କରାଯାଇଛି । କେବଳ ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେତେ ଠିକ୍ କରିଛନ୍ତି କେତେ ଭୁଲ କରିଛନ୍ତି ବୋଲି ନିଜ ଅନ୍ତରଆତ୍ମାକୁ ପଚାରନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ ।

author

Related Articles

Leave a Reply

Your email address will not be published. Required fields are marked *